ପଥ ଅତିକ୍ରମୁଥିବା ପାନ୍ଥ କେବେ କ'ଣ ପାନ୍ଥଶାଳାକୁ ନିଜ ଆବାସସ୍ଥଳୀ ମନେକରି ପାରେ? ବୋଧହୁଏ ନା! ଜୀବନ ଯାହା ପାଇଁ ଅସରନ୍ତି ଯାତ୍ରା ଆଉ ଅତିକ୍ରମଣ ତା' ପାଇଁ ସାମାନ୍ୟ ବିଶ୍ରାମ କ୍ଳାନ୍ତିକର ନିଶ୍ଚୟ । ମୁଁ ସେହି ସକ୍ରିୟ କର୍ମ-ଚଞ୍ଚଳ ବ୍ୟକ୍ତିତ୍ୱଟିର ରକ୍ତସହ ପରିଚିତି ରଖୁଥିବା ସାଧାରଣ 'ମୁଁ' । ହୃଦୟର ପ୍ରାଣତନ୍ତ୍ରୀରେ ଜ୍ଞାନର ଦୀପାଳୀ ଜାଳି ମୋ ଜୀବନର ସର୍ବାଂଶକୁ ଯେ ସ୍ୱତନ୍ତ୍ର ଔଜ୍ଜ୍ୱଲ୍ୟରେ ପରିପୂର୍ଣ୍ଣ କରିଛନ୍ତି, ସେହି ମୋ ବାପା ସ୍ୱର୍ଗତ ଲକ୍ଷ୍ମୀନାରାୟଣ ଚୌଧୁରୀ । ତାଙ୍କର ଦ୍ୱିତୀୟ କନ୍ୟା ଭାବରେ ମୋ ଅନ୍ତରାତ୍ମା ପୂରିଉଠେ । ଭିତରେ ଭିତରେ ଅଭିମାନ କରିବସେ ଆଭିଜାତ୍ୟସଂପନ୍ନ ଚୌଧୁରୀ ବଂଶଜ ହୋଇଥିବାରୁ ଏକ ପ୍ରକାର ଆତ୍ମସନ୍ତୋଷ ଲାଭ କରେ ମୁଁ । ଦିବଙ୍ଗତ ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ଅଭିଭାବକତ୍ୱରେ ଜୀବନର ଏକ ସ୍ୱତନ୍ତ୍ର ପରିଚୟ ଖୋଜି ପାଇଥିବାରୁ । ଫୁଲ ଓ ଫଳର ମାଧୁର୍ଯ୍ୟ ଓ ସୌନ୍ଦର୍ଯ୍ୟର ସମସ୍ତ ମହାନ୍]ପଣ 'ବୃକ୍ଷ' ସହିତ ସନ୍ନିହିତ ଥାଏ । ଅନୁରୂପ ଭାବରେ ମୋ ଜୀବନ- ଆତ୍ମପ୍ରତିଷ୍ଠା- ପରିଚୟର ପ୍ରକୃତ ଶ୍ରେୟ ତାଙ୍କୁ ଯିବା ଉଚିତ ।ପ୍ରତ୍ୟେକ ମଣିଷର କର୍ମ ହିଁ ତା' ଭାଗ୍ୟ ନିର୍ଦ୍ଧାରଣ କରେ ବୋଲି ସେ ସର୍ବଦା କହୁଥିଲେ । ଭାଗ୍ୟ କିମ୍ବା ଅନ୍ଧ-ସୁଯୋଗର ବାହାନାରେ ବଞ୍ଚୁଥିବା ମଣିଷମାନଙ୍କୁ ସେ ସତର୍କ କରିଦେଉଥିଲେ । ନିୟମିତ କର୍ମ ଆଚରଣରେ ବିଶ୍ୱାସୀ ମୋ ବାପାଙ୍କୁ କେବଳ ଶୋଇବା ସମୟର ଚ